ବାଣୀବିହାରରେ ଛାତ୍ରୀଙ୍କୁ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗର ଚେତା ପଶିଛି। ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)। ସବୁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଆଇସିସି ଗଠନ ନେଇ ଆସନ୍ତା ୩୦ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ ବିଶ୍ୱବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ସୂଚନାଯୋଗ୍ୟ, ବହୁପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅଭିଯୋଗର ଦୀର୍ଘଦିନ ପରେ ଛାତ୍ରୀଙ୍କୁ ନ୍ୟାୟ ମିଳିଲା ନାହିଁ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରାଗଲା। ହେଲେ ଏକାଧିକ ଶିକ୍ଷାନୁଷ୍ଠାନରେ ଆଇସିସି ନଥିବା ଓ ଳେତେକ ସ୍ଥାନରେ ସଠିକ୍‌ ଭାବେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଥିଲା। ତେଣୁ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀ ନିଜର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Leave a Reply

Your email address will not be published. Required fields are marked *