ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଓଡିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇ କହିଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବାର ଯୋଗ୍ୟ ନୁହନ୍ତି ସେମାନେ ଦ୍ୱିତୀୟ କିସ୍ତି ପୂର୍ବରୁ ମାନି ନିଅନ୍ତୁ । ନହେଲେ ବିଭାଗର ଛାନଭିନ ହେଲେ ଦଣ୍ଡିତ ହୋଇପାରନ୍ତି । ଏହା ସହ ସୁଭାଦ୍ରା ଯୋଜନା ଅଧୀନରେ ଲାଭ ପାଇବା ପାଇଁ ବାୟୋମେଟ୍ରିକ୍ ପ୍ରକ୍ରିୟା ମାଧ୍ୟମରେ ଇ-କେୱାଇସି ସଂପୂର୍ଣ୍ଣ କରିବାକୁ ସେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ଥରେ ନିବେଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ଅଙ୍ଗନୱାଡି କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ଏବଂ ଏହାର ଲାଭ ପାଇବାକୁ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଓଟିପିରେ ଇ-କେୱାଇସି କରିଥିବା ହିତାଧିକାରୀଙ୍କୁ ମଧ୍ୟ ବାୟୋମେଟ୍ରିକ କରିବାକୁ ପଡ଼ିବ । ଜନ ସେବା କେନ୍ଦ୍ରରେ ଯାଇ ହିତାଧିକାରୀମାନେ କରିପାରିବେ । Post navigation ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ