Directorate General of Civil Aviation
ରବିବାର ରାତି ୮ଟା ସୁଦ୍ଧା ଯାତ୍ରୀଙ୍କ ବାକି ଥିବା ସମସ୍ତ ଟଙ୍କା ଫେରାଇବାକୁ ଶନିବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋର ପ୍ରମୁଖ ବାଧା ଜାରି ରହିଥିବାରୁ ଏହି ନିର୍ଦ୍ଦେଶ ଆସିଛି, ଯାହା ଏବେ ପଞ୍ଚମ ଦିନରେ ପହଞ୍ଚିଛି ଏବଂ ୪୦୫ଟି ଘରୋଇ ବିମାନ ବାତିଲ କରାଯାଇଛି ।
 
ଯେଉଁ ଯାତ୍ରୀମାନଙ୍କର ଯାତ୍ରା ଯୋଜନା ପ୍ରଭାବିତ ହୋଇଛି ସେମାନଙ୍କଠାରୁ କୌଣସି ପୁନଃନିର୍ଦ୍ଧାରିତ ଶୁଳ୍କ ଆଦାୟ ନକରିବାକୁ ବିମାନ କମ୍ପାନୀଗୁଡ଼ିକୁ କୁହାଯାଇଛି । ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ରିଫଣ୍ଡ ପ୍ରକ୍ରିୟାକରଣରେ କୌଣସି ବିଳମ୍ବ କିମ୍ବା ରି-ସିଡ୍ୟୁଲିଂ ଚାର୍ଜ ଲଗାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
 
ଡେଡିକେଟେଡ୍ ଯାତ୍ରୀ ସହାୟତା ଓ ରିଫଣ୍ଡ ସେଲ୍ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ । ବ୍ୟାଗେଜକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଘରକୁ ଡେଲିଭରି କରିବାକୁ ନିର୍ଦ୍ଦେଶ ଦେବା ସହ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଜରୁରୀକାଳୀନ ଯାତ୍ରୀଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବାପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।
 
ଏହି ପରିପ୍ରେକ୍ଷୀରେ, ପ୍ରଭାବିତ ବିମାନ ଯାତ୍ରୀଙ୍କୁ ରିଫଣ୍ଡ୍‌ ନେଇ ଇଣ୍ଡିଗୋ ସୂଚନା ଦେଇ କହିଛି ଯେ, ରିଫଣ୍ଡ ସ୍ୱୟଂଚାଳିତ ଭାବେ ଯାତ୍ରୀଙ୍କୁ ମୂଳ ପେମେଣ୍ଟ ମାଧ୍ୟମରେ ଫେରିବ । ବୁକିଂ ଗୁଡ଼ିକର ସମସ୍ତ ବାତିଲ/ପୁନଃନିର୍ଦ୍ଧାରଣ ପୂର୍ଣ୍ଣ ଛାଡ଼ ପ୍ରଦାନ କରିବ ଇଣ୍ଡିଗୋ । ୫ ଡିସେମ୍ବରଠାରୁ ୧୫ ଡିସେମ୍ବର ମଧ୍ୟରେ ଯାତ୍ରା ପାଇଁ ଛାଡ଼ କରାଯିବ ।ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଗଭୀର ଭାବେ ଦୁଃଖ ପ୍ରକାଶ କରିଛି ଇଣ୍ଡିଗୋ ।
Government directs airline to refund tickets by Sunday 8 PM

By Nirvay

Leave a Reply

Your email address will not be published. Required fields are marked *