ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଥିବା T-20 ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି । ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ସଞ୍ଜୁ ସାମସନ, ଈଶାନ କିଷନଙ୍କୁ ଟିମରେ ସ୍ଥାନ ମିଳିଛି । ତେବେ ଓଡି ଓ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ବାଦ୍ ପଡ଼ିଛନ୍ତି । ଟି-୨୦ ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତାମାନେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଯଶପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ଇଶାନ କିଷାନ (ୱିକେଟକିପର) । Post navigation Delhi Fog: ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଆଜି ପୁଣି ୧୦୦ରୁ ଅଧିକ ବିମାନ ବାତିଲ