ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ପାରାଆଥଲେଟ ୬ ଦିନ ମଧ୍ୟରେ ଏଭଳି ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା। ବାସ୍ତବରେ ଭାରତ ପାରାଲିମ୍ପିକ ଗେମ୍ସରେ ସର୍ବାଧିକ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି। ଏବେ ଭାରତ ଖାତାରେ ମୋଟ ୨୦ଟି ପଦକ ରହିଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ଟି କାଂସ୍ୟ ପଦକ ରହିଛି। ପ୍ୟାରିସ୍ ପୂର୍ବରୁ ଟୋକିଓରେ ଚାଲିଥିବା ପାରାଲିମ୍ପିକ କ୍ରୀଡ଼ାରେ ସର୍ବାଧିକ ପଦକ ଜିତିବାର ରେକର୍ଡ ଭାରତ ନାଁରେ ରହିଛି। ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା। କିନ୍ତୁ ଏବେ ପ୍ୟାରିସରେ ପ୍ରଥମ ୬ ଦିନ ମଧ୍ୟରେ ଭାରତୀୟ ପାରାଆଥଲେଟ୍ସ ପାରାଲିମ୍ପିକ୍ କ୍ରୀଡ଼ା ଇତିହାସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ରେକର୍ଡ କରିଛନ୍ତି।

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ୪ଟି କ୍ରୀଡ଼ାରେ ପଦକ ଜିତିସାରିଛି। ସେଥିମଧ୍ୟରୁ ଆଥଲେଟିକ୍ସରୁ ସର୍ବାଧିକ ୧୦ଟି ପଦକ ଆସିଛି। ସେହିପରି ବ୍ୟାଡମିଣ୍ଟନରେ ୫ଟି ଓ ସୁଟିଂରେ ୪ଟି ପଦକ ମିଳିଛି। ତୀରନ୍ଦାଜିରୁ ଗୋଟିଏ ପଦକ ମିଳିଥିଲା। ସେପ୍ଟେମ୍ବର ୩ର ଷଷ୍ଠ ଦିନରେ ଭାରତ ୫ଟି ପଦକ ଜିତିଥିଲା । ଦୀପ୍ତି ଜୀବନଜୀ, ଶରଦ କୁମାର, ମରିୟାପ୍ପନ ଥଙ୍ଗାଭେଲୁ, ଅଜିତ ସିଂହ ଓ ସୁନ୍ଦର ଗୁର୍ଜର ଏହି ପଦକ ଜିତିଥିଲେ।

By Nirvay

Leave a Reply

Your email address will not be published. Required fields are marked *