ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଦିନରେ ଆଜି ଭାରତ ଦ୍ବିତୀୟ ପାଳିରେ ବ୍ୟାଟିଂ କରି ପରାଜୟର ସ୍ଵାଦ ଚାଖିଛି। ବକ୍ସିଂ ଡେ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଛି। ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ସୂଚନା ଯୋଗ୍ୟ; ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୭୪ ରନ୍ରେ ଅଲଆଉଟ୍ ହୋଇଥିଲା, ଯାହାର ଜବାବରେ ଭାରତ ୩୬୯ ରନ୍ କରିଥିଲା। ଫଳରେ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୧୦୫ ରନ୍ର ଅଗ୍ରଣୀ ହାସଲ କରିଥିଲା। ଦ୍ବିତୀୟ ପାଳିରେ କଙ୍ଗାରୁ ଦଳ ୨୩୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୧୦୫ ଆଗୁଆ ରହିଥିଲା । ଦ୍ୱିତୀୟ ଅଷ୍ଟ୍ରେଲିଆ ୨୩୪ ରନରେ ଅଲଆଉଟ୍ ହୋଇ ଭାରତକୁ ୩୪୦ ରନ୍ ଟାର୍ଗେଟ୍ ଦେଇଥିଲା । ଶେଷ ଦିନରେ ଅଷ୍ଟ୍ରେଲିଆର ଭାରତ ଆଗରେ ୩୪୦ ରନର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଇଣ୍ଡିଆର ବ୍ୟାଟର କେବଳ ୧୫୫ ରନ୍ କରିବାରେ ସକ୍ଷମ ହୋଇ ପାରିଥିଲା। Post navigation ଭୁବନେଶ୍ୱରରେ ଫୁଡ ବ୍ଲଗର ଯୁବତୀଙ୍କ ଆତ୍ମହତ୍ୟା ! ଶ୍ରୀମନ୍ଦିରରେ ଅବ୍ୟବସ୍ଥା; ଠେଲାପେଲାରେ ୧୦ ଭକ୍ତ ଅସୁସ୍ଥ