ଅପରେସନ ସିନ୍ଦୂର ପରେ ରକ୍ତ ମୁହାଁ ହୋଇପଡିଛି ପାକିସ୍ତାନ ।ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଏଲଓସିରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ । ପାକିସ୍ତାନୀ ସେନାର ଗୁଳିମାଡ଼ରେ ସହିଦ ହୋଇଥିବା ଯବାନ ହେଉଛନ୍ତି ୫ ଫିଲ୍ଡ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର ଶର୍ମା । ସୂଚନା ଯୋଗ୍ୟ; ହରିୟାଣାର ପଲୱାଲର ମହମ୍ମଦପୁର ଗାଁର ନିବାସୀ ୩୨ ବର୍ଷୀୟ ଜବାନ ଦିନେଶ ଶର୍ମା ନିୟନ୍ତ୍ରଣ ରେଖାରେ ଡ୍ୟୁଟି କରୁଥିଲେ। ପାକିସ୍ତାନ ସେନା ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ ଏବଂ ମୋର୍ଟାର ଗୁଳି ଚଳାଇଥିଲେ । ଏହି ଗୁଳିମାଡ଼ରେ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସଇନି ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। Post navigation ୧୦ ରାଜ୍ୟରେ ବଢ଼ିଲା ସୁରକ୍ଷା; ଛୁଟିରେ ଥିବା ଯବାନଙ୍କ ଛୁଟି ବାତିଲ ଅପରେସନ ସିନ୍ଦୂର ପରେ ୨୭ ବିମାନବନ୍ଦର ବନ୍ଦ ସହ ୪୩୦ ଉଡ଼ାଣ ବାତିଲ