ଦେଶ ପାଇଁ ଗୌରବ ଆଣିଲେ ଭାରତୀୟ ପୁରୁଷ ହକି ଟିମ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ଗୁରୁବାର ସ୍ପେନକୁ ୨-୧ ଗୋଲରେ ହରେଇ ବ୍ରୋଞ୍ଜ ପଦକ ଜିତିଛି । ଭାରତ ୫୦ ବର୍ଷ ପରେ ଅଲିମ୍ପିକ୍ସରେ ଲଗାତର ଦୁଇଥର ପଦକ ଜିତିଛି । ଏଥିସହ ଅଲିମ୍ପିକ୍ସରେ ୮ ଥର ଚାମ୍ପିଅନ ହୋଇଥିବା ଭାରତର ଏହା ୧୩ତମ ପଦକ । ଏହା ସହିତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହା ଭାରତର ଚତୁର୍ଥ ପଦକ। ଭାରତୀୟ ଟିମର କ୍ୟାପଟେନ ହରମନପ୍ରୀତ ସିଂ ୩୦ତମ ଓ ୩୩ତମ ମିନିଟରେ ଗୋଲ ଦେଇଥିଲେ । ଭାରତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଗୋଲକିପର ପି ଆର ଶ୍ରୀଜେଶ ଅନ୍ତରାଷ୍ଟ୍ରୀୟ ହକିକୁ ଅଲବିଦା କହିଛନ୍ତି । ଶ୍ରୀଜେଶଙ୍କ ପାଇଁ ଏହା ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଥିଲା । ଖେଳାଳିମାନେ ଏହି ବିଜୟ ଶ୍ରୀଜେଶଙ୍କୁ ସମର୍ପିତ କରିଛନ୍ତି ।

Leave a Reply

Your email address will not be published. Required fields are marked *