ଇତିହାସ ରଚିଲା ଭାରତର ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଟିମ୍। ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ଜିତିଲା ଟି୨୦ ବିଶ୍ବକପ । କୁଆଲାଲମ୍ପୁରରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକତରଫା ୯ ୱିକେଟରେ ହରାଇ କ୍ରମାଗତ ଦ୍ଵିତୀୟ ଥର ପାଇଁ ଚାମ୍ପିଅନ ହୋଇଛି । ସୂଚନା ଯୋଗ୍ୟ; ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୮୨ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ୧୧.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ୮୪ ରନ କରି ଫାଇନାଲ୍ ମ୍ୟାଚ୍ ଜିତି ନେଇଛି । ସର୍ବାଧିକ ୱିକେଟ୍ ଟେକର ହୋଇଛନ୍ତି ବୈଷ୍ଣବୀ ଶର୍ମା । ସେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୧୭ଟି ୱିକେଟ ଅକ୍ତିଆର କରିଛନ୍ତି । ତ୍ରିଷା ଗଙ୍ଗାଡି ପ୍ଲେଆର ଅଫ୍ ଦି ମ୍ୟାଚ ଓ ପ୍ଲେଆର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି । Post navigation ଅନଲାଇନ୍ ବେଟିଂ ଗେମ୍ରେ ପୋଲିସର ଚଢ଼ାଉ; ୫ ଗିରଫ ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଲା ଉନ୍ମୋଚିତ