Indian batter Abhishek Sharma is hospitalised due to a stomach infection
ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ ଟିମର ଓପନର ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ପେଟ ଯନ୍ତ୍ରଣା ଏବଂ ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଛନ୍ତି । ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି ।
 
ତାଙ୍କୁ ଆଜି ଡିସଚାର୍ଜ କରାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଭିଷେକ ଶର୍ମାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଆସନ୍ତାକାଲି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ନାମିବ୍ୟା ବିପକ୍ଷରେ ବିଶ୍ୱକପ୍ ମ୍ୟାଚ୍ ଖେଳିବେ ନା ନାହିଁ ସ୍ପଷ୍ଟ ହୋଇନାହିଁ । ଯଦି ଅଭିଷେକ କାଲି ବିଶ୍ୱକପ୍ ମ୍ୟାଚ୍ ଖେଳିବେନି ତେବେ ଈଷାନଙ୍କ ସହ ଓପନିଂ କରିବେ ସଞ୍ଜୁ ସାମସନ୍ ।
 
ଆସନ୍ତା ୧୫ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ହେବ । ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା । କୁହାଯାଉଥିଲା ଯେ, ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ସେ ପ୍ରବଳ ଜ୍ୱର ସତ୍ତ୍ୱେ ମ୍ୟାଚ୍ ଖେଳିଥିଲେ । 

By Nirvay

Leave a Reply

Your email address will not be published. Required fields are marked *