ବାରବାଟୀ ପରେ ଆଜି ଚଣ୍ଡିଗଡ଼ରେ ମୁହାଁମୁହିଁ ହେବେ ଭାରତ-ସାଉଥ ଆଫ୍ରିକା । ବାରବାଟୀରେ ଜିତି ସିରିଜରେ ୧-୦ରେ ଆଗୁଆ ଅଛି ଭାରତୀୟ ଦଳ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ଟିକିଆ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଚଣ୍ଡିଗଡରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ୨-୦ରେ ଅଗ୍ରଣୀ ନେବା ସହ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ।

ଅନ୍ୟପଟେ ବରବାଟୀରେ ଲଜ୍ଜାଜନକ ପରାଜୟର ବଦଲା ନେବାକୁ ଆଜି ଉଦ୍ୟମ କରିବ ଭ୍ରମଣକାରୀ ଦଳ । ମ୍ୟାଚ ଜିଣି ସିରିଜକୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ଆଜି ସନ୍ଧ୍ୟା ୭ଟାରେ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଏବେ ସୁଦ୍ଧା ମୋଟ ୨୭ଟି ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୪ଟି ମ୍ୟାଚରେ ପରାଜୟ ସ୍ବୀକାର କରିଛି ।

Leave a Reply

Your email address will not be published. Required fields are marked *