ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ମ ତଥା ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ବର୍ଷାରେ ଧୋଇଯାଇଛି । ବ୍ରିସବେନରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ ରେ ଜିତିଛନ୍ତି ଭାରତୀୟ କ୍ରିକେଟ ଦଳ । ଭାରତ ଏକ ଦମଦାର ଆରମ୍ଭ କରିଥିଲା ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା (୧୩ ବଲ୍ରେ ଅପରାଜିତ ୨୩ ରନ୍) ଏବଂ ଶୁଭମନ ଗିଲ୍ (୧୬ ବଲ୍ରେ ଅପରାଜିତ ୨୯ ରନ୍) ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଖେଳ ବନ୍ଦ ବେଳକୁ ଭାରତ ୪.୫ ଓଭରରେ ୫୨/୦ ରନ କରିଥିଲା । ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବା ଫଳରେ ବାଧ୍ୟ ହୋଇ ପଞ୍ଚମ ମ୍ୟାଚକୁ ବାତିଲ କରିଦେଇଛନ୍ତି ମ୍ୟାଚ୍ ରେଫରି । ଚମତ୍କାର ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ, ଅଭିଷେକ ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଛି । ଅଭିଷେକ ଶର୍ମା ୧୪ ରନ କରିବା ପରେ ନିଜ ଟି-୨୦ କ୍ୟାରିୟରରେ ୧ ହଜାର ରନ ପୂରଣ କରି ଇତିହାସ ରଚିଛନ୍ତି । କହିରଖୁଛୁ ଯେ, ୫ ଟିକିଆ ସିରିଜ୍ରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୨ଟି ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଇଛି । ପ୍ରଥମ ଟି-୨୦ ମଧ୍ୟ ବର୍ଷା କାରଣରୁ ଧୋଇ ହୋଇଯାଇଥିଲା, ତେବେ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍ ଚାରି ୱିକେଟରେ ଜିତିଥିଲା । Post navigation Winter Session of Parliament: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ