ଚତୁର୍ଥ ଟେଷ୍ଟର ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ଆଜି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୨୮ ରନ ସ୍କୋର କରିଛି । ଏଥିସହ ଅଷ୍ଟ୍ରେଲିଆ ଭାରତଠୁ ୩୩୩ ରନ ଆଗୁଆ ରହିଛି । ଆଜି ଭାରତୀୟ ଦଳ ପ୍ରଥମ ଇନିଂସରେ ୩୬୯ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳି ଠାରୁ ଭାରତ ୧୦୫ ରନ୍ ପଛରେ ରହିଥିଲା । ଏହା ପରେ ଘରୋଇ ଦଳ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ପ୍ରଥମ ୱିକେଟ୍ ମାତ୍ର ୨୦ ରନରେ ହରାଇଥିଲା । ଚତୁର୍ଥ ଦିନରେ ବୁମରା ଓ ସିରାଜ ଘାତକ ବୋଲିଂ କରି ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ରଖିଲେ। ଏହାର ୬ଟି ୱିକେଟ୍ ମାତ୍ର ୯୧ ରନରେ ପଡ଼ି ଯାଇଥିଲା । ତେବେ ଲାବୁସେନଙ୍କ ୭୦ ଏବଂ ଅଧିନାୟକ ପ୍ୟାଟ କମିନ୍ସଙ୍କ ୪୧ ରନ୍ ବଳରେ ଅଷ୍ଟ୍ରେଲିଆ ଟ୍ରାକକୁ ଫେରିଥିଲା । ତେବେ ୧୭୩ ରନରେ ୯ଟି ୱିକେଟ୍ ପଡ଼ିଯିବା ପରେ ଶେଷ ଯୋଡ଼ି ବୋଲାଣ୍ଡ ଓ ନାଥନ୍ ଲାୟନ୍ ଭାରତୀୟ ବୋଲରଙ୍କୁ ସମସ୍ୟାରେ ପକାଇ ଦେଇଛନ୍ତି । ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ସେହି ୯ ୱିକେଟ୍ ହରାଇ ସ୍କୋର ୨୨୮ରେ ପହଞ୍ଚି ଯାଇଛି । ଏଥିସହ ପ୍ରଥମ ଇନିଂସର ଅଗ୍ରଣୀ ଭିତ୍ତିରେ ଅଷ୍ଟ୍ରେଲିଆ ଭାରତଠୁ ୩୩୩ ରନ ଆଗୁଆ ରହିଛି । ସେହିପରି ଆସନ୍ତାକାଲି ମ୍ୟାଚର ଅନ୍ତିମ ଦିନ । ଏହି ଦିନରେ ଭରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଲଢେଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କାରଣ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଦୌଡ଼ରେ ରହିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବାର ଆବଶ୍ୟକ ରହିଛି । Post navigation MKCG ରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣା: ୪ ଡାକ୍ତର ବହିଷ୍କୃତ OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା