ବିଶ୍ୱ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ସହ ଅପରେସନ ସିନ୍ଦୂରର ସତ ସମଗ୍ର ବିଶ୍ୱକୁ ଅବଗତ କରିବା ପାଇଁ ସାରା ବିଶ୍ୱ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ପାକିସ୍ତାନର ଅସଲ ମୁଖା ଖୋଲିବା ପାଇଁ ଗଠନ ହୋଇଛି ସର୍ବଦଳୀୟ ପ୍ରତିନିଧି ଦଳ । ପ୍ରତିଟି ଟିମ୍ରେ ସାଂସଦ, ରାଜନୈତିକ ବ୍ୟକ୍ତିତ୍ୱ, କୂଟନୀତିଜ୍ଞ ରହିବେ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ୱର ବଡ ବଡ ଦେଶକୁ ଗସ୍ତ କରି ସତ୍ୟତା ଜଣାଇବେ । ଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ୱ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ୱ ନେବେ । ଶଶି ଥରୁର ଆମେରିକା ଏବଂ ବ୍ରିଟେନ ଯିବେ ଏବଂ ଭାରତର ପକ୍ଷ ଉପସ୍ଥାପନ କରିବେ ଏବଂ ପାକିସ୍ତାନ କିପରି ଆତଙ୍କବାଦକୁ ପ୍ରୋତ୍ସାହିତ କରେ ତାହା ବୁଝାଇବେ ।ସେହିପରି ବୈଜୟନ୍ତ ପଣ୍ଡା ପଶ୍ଚିମ ଇଉରୋପ ଦେଶ ଗସ୍ତ କରିବେ । ବିଜେଡି ସାଂସଦ ସସ୍ମିତ ପାତ୍ର ୟୁଏଇ ଏବଂ ଆଫ୍ରିକାନ ଦେଶ ଗସ୍ତ କରିବେ । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । UNSC ସଦସ୍ୟ ରାଷ୍ଟ୍ରକୁ ମଧ୍ୟ ପ୍ରତିନିଧି ଦଳ ଗସ୍ତ କରିବେ । ମେ’ ୨୨ ତାରିଖରୁ ସର୍ବଦଳୀୟ ପ୍ରତିନିଧି ଦଳର ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି । Post navigation ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ମହିଳା ୟୁଟ୍ୟୁବର ଗିରଫ