India storm into T20 World Cup final
ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇ ଟି-୨୦ ବିଶ୍ଵକପ୍ ୨୦୨୬ ର ଫାଇନାଲରେ ପ୍ରବେଶ କରିଛି । ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଛି । ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଇଂଲଣ୍ଡ ହାରିଯାଇଛି । ୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ହେବ ।
 
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୫୩/୭ ରନ କରିଥିଲା । ସଞ୍ଜୁ ସାମସନ ୮୯, ଶିବମ ଦୁବେ ୪୩, ଇଶାନ ୩୯ ରନ କରିଥିଲେ ।
 
ଇଂଲଣ୍ଡ ୨୫୪ ରନର ପିଛା କରି ୨୪୬/୭ ରନରେ ସୀମିତ ହୋଇଯାଇଥିଲା । ଜାକବ ବେଥେଲ ୧୦୫ ରନ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡିଆ ୩ଟି ଓ ବୁମରା ୨ଟି ଉଇକେଟ ନେଇଥିଲେ ।
 
୨୦୧୬ରେ ଏହି ୱାଙ୍ଖଡେରେ ଭାରତ ସେମି ଫାଇନାଲରେ ୱେଷ୍ଟଇଣ୍ଡିଜ ଠାରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *