ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା। ଶ୍ରେଷ୍ଠ ୧୫ ଖେଳାଳୀଙ୍କ ନାମ ଘୋଷଣା କରିଛି ଭାରତୀୟ ଦଳ । ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଉପ-ଅଧିନାୟକ ପଦ ସମ୍ଭାଳିବେ ଶୁଭମନ ଗିଲ୍ । ବୁମରାଙ୍କ ପାଇଁ ସବଜେକ୍ଟଟୁ ଫିଟନେସର ସର୍ତ୍ତ। ଏ ନେଇ ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜୀତ ଅଗରକର ଓ କ୍ୟାପଟେନ୍ ରୋହିତ ଶର୍ମା । ଆସନ୍ତା ଫେବ୍ରୁଆରୀ ମାସ ୧୯ ତାରିଖରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଦଳରେ ରହିଛନ୍ତି ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେ ଏଲ୍. ରାହୁଲ , ଋଷଭ ପନ୍ତ, ହାର୍ଦ୍ଦିକ୍ ପାଣ୍ଡ୍ୟା, ଯଶସ୍ୱୀ ଜୟସୱାଲ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ ଏବଂ ୱାଶିଂଟନ୍ ସୁନ୍ଦର । ତେବେ ମହମ୍ମଦ ସିରାଜଙ୍କୁ ଶ୍ରେଷ୍ଠ ଏକାଦଶରୁ ବାଦ ଦିଆଯାଇଛି । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଟିମଙ୍କ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯିବ । ସମସ୍ତ ଟିମଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଏଥିହିତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟ ଗ୍ରୁପ-ଏ’ରେ ସ୍ଥାନ ପାଇଛନ୍ତି । ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରଲିଆା, ଆଫଗାନିସ୍ତାନ ଓ ଇଂଲଣ୍ଡକୁ ରଖାଯାଇଛି । ସମସ୍ତ ୮ଟି ଟିମ ନିଜ ନିଜ ଗ୍ରୁପର ୩-୩ଟି ମୁକାବିଲା ଖେଳିବେ । ଏହାପରେ ଗ୍ରୁପର ଟପ-୨ ଟିମ ସେମିଫାଇନାଲ ଖେଳିବାକୁ କ୍ବାଲିଫାଏ କରିବେ । ଚଳିତ ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ୍ ମଡେଲରେ ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ । ପାକିସ୍ତାନରେ ୩ଟି ସ୍ଥାନରେ ଏବଂ ଦୁବାଇର ଗୋଟିଏ ସ୍ଥାନରେ ମ୍ୟାଚ୍ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଫେବୃଆରୀ ୨୦ରେ ଟିମ୍ ଇଣ୍ଡିଆ ପଡ଼ୋଶୀ ବାଂଲାଦେଶକୁ ଭେଟିବ । Post navigation ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୭କୋଟି ଟଙ୍କାର ମାରିଜୁଆନା ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ