ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ଭାରତରେ ବଢୁଛି ଭୟ । ହଂକଂ ଏବଂ ସିଙ୍ଗାପୁରରେ ପ୍ରାୟ ୧୪,୦୦୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ମହାମାରୀକୁ ନେଇ ସ୍ଥିତି ଉପରେ ଭାରତ ସରକାର ନଜର ରଖିଥିବା ଜଣାପଡିଛି । ସେଥିପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସରିଥିବା ସୂଚନା ମିଳିଛି ।

ଦେଶରେ ଗତକାଲି ରିପୋର୍ଟ ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ରେ ପହଁଚିଛି । କେନ୍ଦ୍ର ସରକାର ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି । ଡାଇରେକ୍ଟର ଜେନେରାଲ ଅଫ୍ ହେଲଥ ସର୍ଭିସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଏମରଜେନ୍ସି ମେଡିକାଲ ରିଲିଫ୍ ଡିଭିଜନ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଲ୍ଇ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ରିସର୍ଚ୍ଚର ଟିମ୍ ସାମିଲ୍ ରହିଥିଲେ।

Leave a Reply

Your email address will not be published. Required fields are marked *