ସାଇବର କ୍ରାଇମ୍କୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଦେଶରୁ ବ୍ୟାନ ହେଲା ୮୦୫ ଟି ଆପ୍ସ ସହ ୩ହଜାର ୨୬୬ଟି ୱେବସାଇଟ୍ । ସଂସଦୀୟ ଦଳ କମିଟି ନିଷ୍ପତ୍ତି ପରେ ବ୍ୟାନ୍ କଲେ ସରକାର । ବ୍ୟାନ୍ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦୀୟ ସମିତି ବୈଠକରେ ସୂଚନା ଦେଇଛନ୍ତି । ସାଇବର ସୁରକ୍ଷା ଏବଂ ସାଇବର ଅପରାଧ ଉପରେ ଗୃହମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ସେ ଏହି ସୂଚନା ଦେଇଛନ୍ତି । ଗୃହମନ୍ତ୍ରୀ କହିଛନ୍ତି, ଭାରତର ଡିଜିଟାଲ ଭିତ୍ତିଭୂମି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତୀୟ ସାଇବର ଅପରାଧ ସମ୍ବନୟ କେନ୍ଦ୍ର ପ୍ରୋଟାଲରେ ୧ଲକ୍ଷ ୪୩ ହଜାର ଏଫଆଇଆର ଦାଖଲ ହୋଇଛି । ଏବେ ସୁଦ୍ଧା ୧୯ କୋଟିରୁ ଅଧିକ ଲୋକ ଏହାର ସେବାରେ ଉପକୃତ ହୋଇଛନ୍ତି। ଏହା ସହ ଦେଶରେ ସାଇବର ଅପରାଧ ମଧ୍ୟ ସେହିଭଳି ବଢିବାରେ ଲାଗିଛି । ତେଣୁ ଦେଶରୁ ସାଇବର ଅପରାଧକୁ ରୋକିବା ଲକ୍ଷ୍ୟ ନେଇ ସାଇବର ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଜାତୀୟ ସୁରକ୍ଷା କାରଣରୁ ୮୦୫ଟି ଆପ ଏବଂ ୩୨୬୬ ଟି ୱେବସାଇଟ-ଲିଙ୍କକୁ ଅବରୋଧ କରାଯାଇଛି। Post navigation ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟସରକାର