ବେଲଜିୟମରେ ଗିରଫ ହୋଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩, ୦୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକସୀକୁ ଭାରତକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ସରକାର ଏଥିପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭାରତ ପକ୍ଷରୁ ଆବେଦନ କରାଯାଇଥିବାର ବେଲଜିୟମ ସଂଘୀୟ ଲୋକ ସେବା ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଭାରତ ସରକାର ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରାଯାଇଛି । ଏଥିରେ ମୁମ୍ବାଇ କୋର୍ଟଙ୍କ ଆରେଷ୍ଟ ୱାରେଣ୍ଟ ମଧ୍ୟ ରହିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩, ୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମେହୁଲ ଅଭିଯୁକ୍ତ ଅଟନ୍ତି । ସେ ୨୦୧୮ ଠାରୁ ଏଣ୍ଟିଗୁଆରେ ରହୁଛନ୍ତି । ତାଙ୍କୁ ଏପ୍ରିଲ ୧୨, ଶନିବାର ଗିରଫ କରାଯାଇ ହେପାଜତରେ ରଖାଯାଇଛି । ବେଲଜିୟମ୍ ସରକାର ଗିରଫ କରିଥିଲେ । ଏନେଇ ସିବିଆଇ ଓ ଇଡି ବେଲଜିୟମ୍ ସରକାରକୁ ଅନୁରୋଧ କରିଥିଲେ । ଏହା ସହ ଅନ୍ୟତମ ଅଭିଯୁକ୍ତ ନୀରବ ମୋଦି ଲଣ୍ଡନରେ ଜେଲ୍‌ଦଣ୍ଡ ଭୋଗୁଛନ୍ତି ।

Leave a Reply

Your email address will not be published. Required fields are marked *