ଆଜି ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବ ଟକ୍କର । ନାଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ଣ ୩ଟାରେ ଖେଳାଯିବ ମ୍ୟାଚ । ଭାରତ କିମ୍ବା ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ମହିଳା ବିଶ୍ୱକପ୍ ଜିତି ନାହାନ୍ତି । ତେଣୁ ଘରୋଇ ମାଟିରେ ମ୍ଯାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ସାତଟି ମ୍ୟାଚ୍ ରୁ ପାଞ୍ଚଟିରେ ବିଜୟୀ ହୋଇଥିଲା ଏବଂ ଦୁଇଟିରେ ପରାସ୍ତ ହୋଇଥିଲା।

ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଏବଂ ଦକ୍ଷିଣ ଆଫ୍ରିକା ଅଧିନାୟିକା ଲୌରା ଭାନ ଡେର ୱାଟ୍ ଅପରାହ୍ନ ୨:୩୦ ରେ ଟସ୍ ପାଇଁ ପଡିଆକୁ ଓହ୍ଲାଇବେ, ମ୍ୟାଚ୍ ଅପରାହ୍ନ ୩ ଟାରେ ଆରମ୍ଭ ହେବ।

ଦ୍ୱିତୀୟ ସେମିଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆର ଐତିହାସିକ ଏବଂ ବିଶ୍ୱ ରେକର୍ଡ ବିଜୟ ଫାଇନାଲକୁ ସିଲ୍ କରିଥିଲା। ୭ ଥର ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଭାରତ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆର ୩୩୮ ରନକୁ ପଛରେ ପକାଇ ଭାରତ ମହିଳା ଟିମ୍ ଦିନିକିଆ ଇତିହାସରେ ସର୍ବୋଚ୍ଚ ପଶ୍ଚାତ୍ଧାବନର ରେକର୍ଡ କରିଛି । ତେଣୁ ଆଜିର ମ୍ୟାଚ କଡ଼ା ଟକ୍କର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

Leave a Reply

Your email address will not be published. Required fields are marked *