ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ। ସେନାର ‘ଅପରେଶନ ସିନ୍ଦୂର’ ନେଇ ବିଦେଶ ସଚିବ ବିକ୍ରମ ମିସ୍ରି ସାମ୍ବାଦିକ ସମ୍ମିଳନୀ କରି ଦେଶବାସୀଙ୍କୁ ଜବାବ ଦେଇଛନ୍ତି । ବିଦେଶ ସଚିବ ବିକ୍ରମ ମିସ୍ରି କହିଛନ୍ତି, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ଟିଆରଏଫ୍ ନେଇଥିଲା। ଟିଆରଏଫ୍ ହେଉଛି ଲସ୍କର ସହିତ ଜଡିତ ଏକ ସଂଗଠନ। ଆକ୍ରମଣକାରୀମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଆମର ଗୁଇନ୍ଦା ସଂସ୍ଥା ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରିଛି। ଏହି ଆକ୍ରମଣର ପାକିସ୍ତାନ ସହ ସମ୍ପର୍କ ଅଛି। ଭାରତ ଆତଙ୍କବାଦର ଅନ୍ତ ପାଇଁ ଜବାବ ଦେଇଛି। ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ବିକାଶକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଭାରତ ଆତଙ୍କବାଦ ବିରୁଦ୍ଧରେ ନିଜର ଅଧିକାର ବ୍ୟବହାର କରିଛି। ସେହିପରି କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୬ ଏବଂ ୭ ମଇ ମଧ୍ୟରାତ୍ରିରେ ରାତି ୧:୦୫ ରୁ ୧:୩୦ ପର୍ଯ୍ୟନ୍ତ ଅପରେସନ ଚାଲିଥିଲା। ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡାକୁ ସଠିକ୍ ଭାବେ ଟାର୍ଗେଟ୍ କରାଯାଇଛି । କୌଣସି ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ହୋଇନି । ନିରୀହ ନାଗରିକଙ୍କ କ୍ଷତି ନ ହେବା ପାଇଁ ଯତ୍ନ ନିଆଯାଇଥିଲା। ଆମର ଗୁଇନ୍ଦା ଏହା ତଥ୍ୟ ଦେଇଥିଲା ଯେ, ଭାରତ ବିରୁଦ୍ଧରେ ଆଗକୁ ଆକ୍ରମଣ ହୋଇପାରେ। ଏଣୁ ଏହାକୁ ରୋକିବା ଭାରତର ପ୍ରଥମ ଦାୟିତ୍ୱ ଥିଲା। ଏବଂ ନିପାତ କରାଇବା ଆବଶ୍ୟକ ଥିଲା। ଏଣୁ ଭାରତ ଏହିପ୍ରକାର ସୀମାପାର ଆତଙ୍କବାଦକୁ ଜବାବ ଦେବା, ତାକୁ ରୋକିବା ତଥା ପ୍ରତିରୋଧ କରିବା ପାଇଁ ଏହି ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହା ଭାରତର ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଉଦ୍ଦିଷ୍ଟ। ଏହି ଅପରେସନ୍ ଅତ୍ୟନ୍ତ ମାପଚୂପ ସହ ହୋଇଛି। ଏହା ଉତ୍ତେଜନା ବୃଦ୍ଧି ଲାଗି ଉଦ୍ଦିଷ୍ଟ ନୁହେଁ। ଏହା ଦାୟିତ୍ୱ ସମ୍ପନ୍ନ ଭାବେ ଆତଙ୍କବାଦୀ ଭିତ୍ତିଭୂମିକୁ ସମାପ୍ତ କରିବା ଏବଂ ଭାରତକୁ ପଠାଯିବାକୁ ଥିବା ସମ୍ଭାବିତ ଆତଙ୍କବାଦୀଙ୍କ ଅକ୍ଷମ କରିବା ଉପରେ କେନ୍ଦ୍ରୀତ। ଯେଉଁ ୯ଟି ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଛି ସ୍ପଷ୍ଟ କଲେ । ଧ୍ୱଂସ ହୋଇଥିବା ଏହି ୬ ଆତଙ୍କବାଦୀ କ୍ୟାମ୍ପ ହେଉଛି ମୁଜାଫରପୁରର ସବାଇ ନାଲା କ୍ୟାମ୍ପ, ସଇଦନା ବିଲାଲ, ଗୁଲପୁର କୋଟଲି, ଭୀମ୍ବର ବର୍ଣ୍ଣାଲା ଏବଂ କୋଟଲିର ଆବାସ କ୍ୟାମ୍ପ। ଏସବୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅବସ୍ଥିତ। ଭିଜୁଆଲ ଦେଖାଇ କେଉଁ ସ୍ଥାନରେ ଆକ୍ରମଣ ଜଣାଇଲେ ।ପାକିସ୍ତାନ ଭୂଖଣ୍ଡରେ ହୋଇଥିବା ଆକ୍ରମଣ କଥା ବି ସ୍ପଷ୍ଟ କଲେ । ଏମାନେ ପୂର୍ବରୁ ଭାରତରେ କେଉଁ ଆକ୍ରମଣରେ ସଂଶ୍ଲିଷ୍ଟ ଜଣାଇଲେ । ସଠିକ ସ୍ଥାନ ଓ ସମୟର ପୂରା ପ୍ରମାଣ ରଖିଲେ ଦେଶବାସୀଙ୍କ ଆଗରେ । ସୀମାଠୁ ୧୦୦ କିମି ଦୂର JeM କ୍ୟାମ୍ପ୍ ଛାରଖାର ହୋଇଛି କହିଲେ । କୌଣସି ସାମରିକ ଅନୁଷ୍ଠାନ ଉପରେ ଭାରତ ଆକ୍ରମଣ କରିନି । Post navigation ଅପରେସନ୍ ସିନ୍ଦୂରକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅପରେସନ ସିନ୍ଦୂର: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା