ପ୍ୟାରିସ ପାରାଲିମ୍ପିକ୍ସ କ୍ରୀଡ଼ା ୨୦୨୪ ରବିବାର ଭାରତ ପାଇଁ ଶେଷ ହୋଇଛି ଯେଉଁଥିରେ ପୂଜା ଓଝା ଫାଇନାଲ ଆଥଲେଟ୍ ହୋଇଛନ୍ତି। ପୂଜା ମହିଳା କାୟାକ୍ ୨୦୦ ମିଟର ଫାଇନାଲକୁ ଯିବାରେ ବିଫଳ ହୋଇ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ। ଫଳରେ ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ଯାତ୍ରା ୨୯ ପଦକ (୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ) ସହ ଶେଷ ହୋଇଥିଲା। ୨୯ ପଦକ ସହ ଭାରତ ପଏଣ୍ଟ ଟେବୁଲର ୧୮ତମ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପାକିସ୍ତାନ ମାତ୍ର ଗୋଟିଏ କାଂସ୍ୟ ପଦକ ଜିତି ୭୯ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ପାରାଲିମ୍ପିକ୍ସ ୨୦୨୪ରେ ସୁଇଜରଲ୍ୟାଣ୍ଡ, ବେଲଜିୟମ, ତୁର୍କୀ, ସାଉଥ କୋରିଆ ଓ ଆର୍ଜେଣ୍ଟିନା ଭଳି ଦେଶକୁ ବିତ କରିବା ସହ ଭାରତ ଟାଆଁ ପ୍ରଦର୍ଶନ କରିଛି। ୯୪ଟି ପଦକ ସହ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ୭୭ଟି ପଦକ ସହ ଇଂଲଣ୍ଡ ଦ୍ୱିତୀୟ ଓ ୩୬ଟି ପଦକ ସହ ଆମେରିକା ତୃତୀୟ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *