ପାକ୍‌ ପକ୍ଷରୁ ହେଉଥିବା ଆକ୍ରମଣକୁ ଉଚିତ୍‌ ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବଳ । ଶୁକ୍ରବାର ମଧ୍ୟରାତ୍ରିରେ ଭାରତର ପାକିସ୍ତାନ ଏୟାରବେସ୍ ଉପରେ ଆକ୍ରମଣ ପରେ ଆଜି ସକାଳୁ ସକାଳୁ ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିଥିଲା, ଯାହାକୁ ଭାରତୀୟ ସଶସ୍ତ୍ର ବଳ ସଫଳତାର ସହ ଭଣ୍ଡୁର କରିଛନ୍ତି ।
 
ଜମ୍ମୁ, ପଠାନକୋଟ୍ ଓ ଶ୍ରୀନଗର ଏୟାରବେସକୁ ଟାର୍ଗେଟ୍ କରିଥିଲା ପାକିସ୍ତାନ ତେବେ ଶ୍ରୀନଗରରେ ଆକାଶମାର୍ଗରୁ ସବୁ ମିସାଇଲକୁ ଧ୍ୱଂସ କରିଛି ଭାରତ । ୨ଟି ଫାଇଟର୍ ଜେଟ୍‌ ଖସିଥିବାବେଳ ୨ ପାକିସ୍ତାନୀ ପାଇଲଟ୍‌ଙ୍କୁ ବାୟୁସେନା ଖୋଜୁଥିବା ସୂଚନା ମିଳିଛି ।
 
ଗତକାଲି ପାକିସ୍ତାନ ଭାରତର ଜମ୍ମୁ, ପଠାନକୋଟ, ଉଧମପୁର ଓ ରାଜସ୍ଥାନରେ ଥିବା ଭାରତୀୟ ସାମରିକ ସ୍ଥାନଗୁଡ଼ିକୁ ଡ୍ରୋନ ମାଡ଼ କରିଥିଲା । କିନ୍ତୁ ସମସ୍ତ ଆକ୍ରମଣରେ ପାକିସ୍ତାନ ବିଫଳ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *