ପ୍ରଥମ ଟି ଟ୍ବେଣ୍ଟି ଜିତିଲା ଭାରତ । ନାଗପୁରରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତ ଜିତିଛି । ନ୍ୟୁଜିଲାଣ୍ଡକୁ ୪୮ ରନ୍ରେ ହରାଇଲା ଭାରତ । ୨୩୯ ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ସ୍କୋର ୧୯୦/୭ । ବରୁଣ ଚକ୍ରବର୍ତ୍ତୀ ଓ ଶିବମ ଦୁବେଙ୍କୁ ୨ଟି ଲେଖାଏଁ ୱିକେଟ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ୮୪ ରନ, ରିଙ୍କୁ ସିଂଙ୍କ ଅପରାଜିତ ୪୪ ରନ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୨୩୮ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୯୦ ରନ କର ପାରିଛି। ଗ୍ଲେନ ଫିଲିପ୍ସ ୭୮ ରନ ଓ ମାର୍କ ଚମ୍ପନ ୩୯ ରନ କରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । Post navigation T20 World Cup 2026: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC