ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ । ଭାରତରେ ତୁର୍କୀର ସରକାରୀ ସୋସିଆଲ ମିଡିଆ ଟିଆରଟି ବ୍ୟାନ୍ ।ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ବ୍ୟାନ ।ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିଲା । ସୂଚନା ଅନୁଯାୟୀ, ଟିଆରଟି ୱାର୍ଲ୍ଡ ଓ ଗ୍ଲୋବାଲ ଟାଇମ୍ସ ଉପରେ ଭାରତ ବିରୋଧରେ ଭ୍ରାମକ ଓ ଉତ୍ତେଜନାମୂଳଖ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ପାକିସ୍ତାନର ସମର୍ଥକ ଏହି ଦେଶର ନ୍ୟୁଜ ପୋର୍ଟାଲ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ଭାରତର ଅପରେସନ ସିନ୍ଦୂର ସଂପର୍କରେ ମିଥ୍ୟା ଖବର ପ୍ରଚାର କରିଥିଲେ । ଯାହା ପରେ ପ୍ରମାଣ ପାଇବା ପରେ ବ୍ୟାନ କଲା ଭାରତ । ଭାରତ ସରକାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସକୁ ୮୦୦୦ରୁ ଅଧିକ ଆକାଉଣ୍ଟ ବ୍ଲକ କରିବାକୁ ଆଦେଶ ଦେଇଛନ୍ତି । ଏଥିରେ ଅନ୍ତର୍ଜାତୀୟ ସମାଚାର ସଂଗଠନ ଓ ପ୍ରମୁଖ ୟୁଜର୍ସଙ୍କ ଆକାଉଣ୍ଟ ବି ସାମିଲ । Post navigation ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ପିପିଲି ନାବାଳିକା ଦୁଷ୍କର୍ମ ମାମଲା; ପୁରୀ ଏସ୍ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ବିଜେଡି