କେନ୍ଦ୍ର ସରକାର ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲଥ ଗେମ୍ସ ଆୟୋଜନ ପାଇଁ ବିଡ୍ ଆବେଦନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବିଡ୍ ଗ୍ରହଣ ହେଲେ ଗୁଜରାଟ ସରକାରଙ୍କୁ ଅନୁଦାନ ଓ ହୋଷ୍ଟ କୋଲାବୋରେସନ୍ ଚୁକ୍ତି ସ୍ୱାକ୍ଷର ପାଇଁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଶେଷଥର ପାଇଁ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦିଲ୍ଲୀରେ ହୋଇଥିଲା । ୭୨ ଟି ଦେଶର ଖେଳାଳିମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବେ । କ୍ରୀଡ଼ା ସମୟରେ ଭାରତରେ ଆସୁଥିବା ପରିଦର୍ଶକଙ୍କ ମଧ୍ୟରେ ଖେଳାଳି, ପ୍ରଶିକ୍ଷକ, ବୈଷୟିକ ଅଧିକାରୀ, ପର୍ଯ୍ୟଟକ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟମାନେ ମଧ୍ୟ ସାମିଲ ହେବେ । Post navigation ପିନାକୀ ମିଶ୍ରଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ