ଆଜି ବେଜିଂରେ ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ କ୍ରମାଗତ ୪ଟି ମ୍ୟାଚ୍‌‌ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ଅନ୍ତିମ ରାଉଣ୍ଡ ରବିନ ମୁକାବିଲାରେ ଶନିବାର ପାକିସ୍ତାନକୁ ହରାଇଛି। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଦୁଇଟି ଯାକ ଗୋଲ୍‌ କରିଛନ୍ତି ଅଧିନାୟକ ହରମନପ୍ରିତ ସିଂ । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ଓ ୧୯ ତମ ମିନିଟରେ ଦୁଇଟି ଗୋଲ ଦେଇଛନ୍ତି । ଭାରତ ଦମଦାର ବିଜୟ ହାସଲ କରିଛି । ଫଳରେ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲକୁ ପ୍ରଵେଶ କରିଛି।

ଆଜି ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ହରାଇବକେୁ ପୂରା ଚେଷ୍ଟା କରିଥିଲା। କିନ୍ତୁ ୨-୧ଗୋଲରେ ପାକ୍‌‌ ଟିମକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ। ଭାରତ ପାଇଁ ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ। ଲିଗ୍‌‌ ପର୍ଯ୍ୟାୟରେ ସମସ୍ତ ୫ଟି ଯାକ ମ୍ୟାଚ ଜିତି ଫାଇନାଲକୁ ଉତୀର୍ଣ୍ଣ ହୋଇଛି ଭାରତ। ଆସନ୍ତା ୧୬ ତାରିଖରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

 

Leave a Reply

Your email address will not be published. Required fields are marked *