ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପୁରୁଷ ହକି ଦଳ ୫୨ ବର୍ଷ ପରେ ଟୋକିଓ ଗେମ୍ସ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆକୁ ପରାଜିତ କରିବାରେ ସଫଳ ହୋଇଛି । ହକିରେ ଭାରତ ପୁରୁଷ ହକି ଦଳ ତାର ଶେଷ ଲିଗ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇବା ପରେ ଟିମଇଣ୍ଡିଆ ପୂର୍ବତନ ଚାମ୍ପିୟନ ଆର୍ଜେଂଟିନା ସହ ମ୍ୟାଚ ଡ୍ର ରଖିଥିଲା । ଏହା ପରେ ୪ର୍ଥ ମ୍ୟାଚ୍ରେ ଭାରତ ଶକ୍ତିଶାଳୀ ବେଲଜିୟମକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୧-୨ ଗୋଲରେ ହାରି ଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଅଷ୍ଟ୍ରେଲିଆକୁ ୩-୨ରେ ହରେଇକି ଭାରତ ଦଳ ଅଷ୍ଟ୍ରେଲିଆକୁ ହରାଇ ଫର୍ମକୁ ଫେରିଛି । ପୂର୍ବରୁ ଶେଷ ଥର ପାଇଁ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ। କିନ୍ତୁ ଏତେ ବର୍ଷ ପରେ ଚଳିତ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଏହି ରେକର୍ଡ ବ୍ରେକ୍ କରି ଭାରତ ବିଜୟ ହାସଲ କରିବା ସହ କ୍ୱାର୍ଟର ଫାଇନାଲ ପୂର୍ବରୁ ବିଜୟ ଟ୍ରାକକୁ ଫେରିଛି। Post navigation ତୀରନ୍ଦାଜିର ମିଶ୍ରିତ ଦଳ ଇଭେଣ୍ଟର ସେମି ଫାଇନାଲରେ ଭାରତ ଶ୍ରୀମନ୍ଦିରର ମହାପ୍ରସାଦରେ ଲଗିପାରିବନି ଅର୍ପଣ ଚାଉଳ