ଶିଶୁଙ୍କ ମେଡିସିନକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାରି ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କଫ ସିରପ୍ ବ୍ୟାନ୍ ହୋଇଛି । ଫିକ୍ସଡ-ଡୋଜ କମ୍ବିନେସନ୍ କଫ ସିରପ୍ ଗୁଡ଼ିକର ବିକ୍ରି, ଉତ୍ପାଦନ ଏବଂ ବଣ୍ଟନ ଉପରେ ଲାଗିଛି କଟକଣା । ଏହି ଔଷଧ ଖାଇଲେ ବା ନାକରେ ପକାଇଲେ ଶିଶୁଙ୍କ ଶରୀରରେ ଦେଖାଦେଉଥିଲା ସାଇଡ ଇଫେକ୍ଟ । କଫ ସିରପ ସେବନ କାରଣରୁ ଅନେକ ଶିଶୁଙ୍କ ମୃତ୍ୟୁ ହେବା ନେଇ ଅଭିଯୋଗ ଆସିବା ପରେ କଫ ସିରପ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଧାରିତ କଫ ସିରପ୍ ର ବ୍ୟବହାର ଚାରି ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ଅଛି ଏବଂ ଉପରୋକ୍ତ ଔଷଧର ସୁରକ୍ଷିତ ବିକଳ୍ପ ରହିଛି । Post navigation ପହଲଗାମରେ ଆତଙ୍କୀ ଆକ୍ରମଣରେ ଆହତଙ୍କୁ ଭେଟିଲେ ରାହୁଲ ଗାନ୍ଧି ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା: ପ୍ରଶାନ୍ତ ଶତପଥୀଙ୍କ ଘରେ ନିଆ ଟିମ୍