ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରି ଜାରି ହୋଇଛି। ଭାରତୀୟମାନଙ୍କୁ ଭେନେଜୁଏଲାକୁ ଯାତ୍ରା କରିବାରୁ ବଞ୍ଚିବାକୁ ଅନୁରୋଧ କରିଛି।ସମସ୍ତ ଯାତ୍ରା ଏଡ଼ାଇବା ପାଇଁ ଭାରତୀୟ ନାଗରିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଭେନେଜୁଏଲାରେ ରହୁଥିବା ଭାରତୀୟ ସତର୍କତାରେ ରହିବାକୁ ପରାମର୍ଶ ଦିଆଯାଇଛି । ଏବଂ କାରାକାସରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି । ଆମେରିକା ଦ୍ୱାରା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଜାରି କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ଭେନେଜୁଏଲାକୁ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବାକୁ କଡ଼ା ପରାମର୍ଶ ଦିଆଯାଇଛି। ଯେକୌଣସି କାରଣରୁ ଭେନେଜୁଏଲାରେ ଥିବା ସମସ୍ତ ଭାରତୀୟଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ, ସେମାନଙ୍କର ଗତିବିଧି ସୀମିତ କରିବାକୁ ଏବଂ କାରାକାସରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ଭାରତୀୟମାନଙ୍କୁ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛି। ଭେନେଜୁଏଲାରେ ପ୍ରାୟ ୫୦ ଜଣ ଅଣ-ଆବାସୀ ଭାରତୀୟ ଏବଂ ୩୦ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଅଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭେନେଜୁଏଲାରେ ଥିବା ଭାରତୀୟ ଦୂତାବାସର ଇମେଲ୍ ଠିକଣା ଏବଂ ଜରୁରୀକାଳୀନ ଫୋନ୍ ନମ୍ବର +୫୮-୪୧୨-୯୫୮୪୨୮୮ ମଧ୍ୟ ପ୍ରଦାନ କରିଛି, ଯାହା ହ୍ୱାଟ୍ସଆପ୍ କଲ୍ ଏବଂ ମେସେଜିଂକୁ ମଧ୍ୟ ସମର୍ଥନ କରେ।

ଏହା ସହ ଭାରତ ସରକାର ଭାରତୀୟମାନଙ୍କୁ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଉଛନ୍ତି। ସେମାନେ କେବଳ ସରକାରୀ ସୂଚନା ଉପରେ ଧ୍ୟାନ ଦେବା ସହ ଏହା ଉପରେ ନିର୍ଭର କରିବା ଉଚିତ ବୋଲି କହିଛନ୍ତି। ଭାରତୀୟ ଦୂତାବାସ ଭେନେଜୁଏଲାର ପରିସ୍ଥିତି ଉପରେ କଡ଼ା ନଜର ରଖିଛି।

ଅନ୍ୟପଟେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ, ଭେନେଜୁଏଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ବର୍ତ୍ତମାନ ମାରିଆ କୋରିନା ମାଚାଡୋ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି। ଜଣେ ପ୍ରମୁଖ ବିରୋଧୀ ନେତା ମାଚାଡୋଙ୍କୁ ଭେନେଜୁଏଲାର ଲୌହ ମହିଳା ଭାବରେ ଜଣାଶୁଣା। ସେ ୨୦୨୫ରେ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପାଇଥିଲେ।

Leave a Reply

Your email address will not be published. Required fields are marked *