India approves Rs 40,000 Crore for Defence
ଏଣିକି ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ପ୍ରତିରକ୍ଷା ବାହିନୀକୁ ମିଳିଲା ଜରୁରୀ କ୍ଷମତା ।
 
ଅସ୍ତ୍ରଶସ୍ତ୍ର କିଣିବାକୁ ୪୦ ହଜାର କୋଟିର ବଡ଼ ସହାୟତା ମିଳିବ । ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ DAC ବୈଠକରେ ଏହି ମଞ୍ଜୁରୀ ମିଳିଛି । ଅପରେସନ ସିନ୍ଦୂର ମାଧ୍ୟରେ ପ୍ରତିରକ୍ଷା ବାହିନୀକୁ ମିଳିଲା କ୍ଷମତା । ସର୍ଭିଲାନ୍ସ ଡ୍ରୋନ, କାମିକାଜେ ଡ୍ରୋନ୍‌, ଯୁଦ୍ଧାସ୍ତ୍ର, ତୋପ, ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର, ରକେଟ୍‌ ଓ ଗୋଳାବାରୁଦ କିଣିବାକୁ ଲକ୍ଷ ରଖାଯାଇଛି ।
 
ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଦିଗରେ ଏହି ପଦକ୍ଷେପ ଏକ ପ୍ରମୁଖ ନିଷ୍ପତ୍ତି ।
 

By Nirvay

Leave a Reply

Your email address will not be published. Required fields are marked *