୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି-୨୦ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । କାଲି ଦିନ ସାଢ଼େ ୧୧ରେ ବାରବାଟୀରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ କରିବେ । ଏ ନେଇ ଆଜି ସୂଚନା ଦେଇଛନ୍ତି OCA ସଭାପତି ପଙ୍କଜ ଲୋଚନ ମହାନ୍ତି । ସେ କହିଛନ୍ତି ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରତୀୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ଏହା ପରେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବେ । ନେଟ୍ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଆଜି ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ଅଭ୍ୟାସ କରିବେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପୂରା ମ୍ୟାଚ୍ ଦେଖିବେ । ଏହାବ୍ୟତୀତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ମ୍ୟାଚ ଦେଖିବାକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି। ଅନ୍ୟପଟେ ବାରବାଟୀ T-20 ମ୍ୟାଚ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ମତୟନ କରାଯାଇଛି । ୩୦୦ ଅଫିସର ସୁରକ୍ଷା ଦାୟିତ୍ବରେ ରହିବା ନେଇ ସୂଚନା ଦେଇଛନ୍ତି ସିପି । ଏହା ସହ ମାର୍ଗଦର୍ଶିକା ମାନିବା ପାଇଁ ସାଧାରଣ ଦର୍ଶକଙ୍କୁ ଅନୁରୋଧ କରାଯାଉଛି ।ଖେଳାଳିଙ୍କୁ ସୁରକ୍ଷିତ ଷ୍ଟାଡିୟମରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି । Post navigation SI Exam Scam: ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଗିରଫ Wedding Is Called Off: ଭାଙ୍ଗିଲା ପଲାସ ମୁଚ୍ଚଲ ଓ ସ୍ମୃତି ମନ୍ଧାନାଙ୍କ ବାହାଘର