ବିଜେଡି ନେତାଙ୍କ ଘରେ ଆୟକର ଚଢାଉ । ନୂଆପଡ଼ାରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ । କୋମନା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି । ସକାଳୁ ଆରମ୍ଭ ହୋଇଥିବା ଏହି ଚଢାଉ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜାରି ରହିଛି। ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ମନୋଜ । ପୂର୍ବରୁ ନୂଆପଡା ଜିଲ୍ଲା ବିଜେଡି ସଭାପତି ଥିଲେ ମନୋଜ ମିଶ୍ର । ତେବେ ଉପନିର୍ବାଚର ସମୟରେ ଏହି ଭଳି ଚଢ଼ାଉ ତାହାର କାରଣ ଅସ୍ପଷ୍ଟ ରହିଛି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ପୋଲିସ ମୁତୟନ କରାଯିବା ସହିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ସୂଚନା ଯୋଗ୍ୟ; ଆୟକର ବିଭାଗ ଦଳ ସକାଳ ପ୍ରାୟ ୬ଟାରେ ମିଶ୍ରଙ୍କ କୋମନା ବାସଭବନରେ ପହଞ୍ଚି ତୁରନ୍ତ ଆର୍ଥିକ ରେକର୍ଡ, ଡକ୍ୟୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଉପକରଣର ସମ୍ପୂର୍ଣ୍ଣ ଯାଞ୍ଚ ଆରମ୍ଭ କରିଥିଲେ। ବିଜେଡିର ନୂଆପଡା ଜିଲ୍ଲା ୟୁନିଟରେ ଜଣେ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବା ମିଶ୍ର ଚଢାଉ ଆରମ୍ଭ ହେବା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସନ୍ଧାନ ଦଳ ବ୍ୟାଙ୍କ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ, ସମ୍ପତ୍ତି କାଗଜପତ୍ର ଏବଂ ସମ୍ଭାବ୍ୟ ନଗଦ ସମ୍ପତ୍ତି ମଧ୍ୟ ଯାଞ୍ଚ କରିଥିଲେ। Post navigation Nuapada Bypoll: ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଅନ୍ତିମ ଦିନ Nuapada Bypoll: ନୂଆପଡ଼ାରେ ହେବ ମେଡିକାଲ କଲେଜ୍