କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫ କୁ କଲେ ପ୍ରତ୍ୟାହୃତ। ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ କରିଥିଲେ। ନୂଆ ରୂପରେ ଏହି ନୂତନ ବିଲ୍ ଅଗଷ୍ଟ ୧୧ ରେ ସଂସଦରେ ଆଗତ କରାଯିବ ।

ସୂଚନା ଯୋଗ୍ୟ; ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ୍, ୨୦୨୫ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାର ଲକ୍ଷ୍ୟ ଆୟକର ସହିତ ଜଡିତ ଆଇନକୁ ଏକୀକୃତ ଏବଂ ସଂଶୋଧନ କରିବା ଥିଲା। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଦ୍ୱାରା କରାଯାଇଥିବା ଅଧିକାଂଶ ସୁପାରିଶକୁ ସାମିଲ କରି ନୂତନ ଆୟକର ବିଲ୍‌କୁ ଅଗଷ୍ଟ ୧୧ ସୋମବାର ଆଗତ କରାଯିବ ।

Leave a Reply

Your email address will not be published. Required fields are marked *