ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ ରଖିବା ପରିବର୍ତ୍ତେ ଓଲଟା ପୋଲିସ ସେମାନଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲା। ଏହି ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ରାଜ୍ୟରେ ଥିବା ପୂର୍ବ ସେନା ଅଧିକାରୀ ସଂଗଠନର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ପୂର୍ବତନ ସେନା ଅଧିକାରୀଙ୍କ ଝିଅଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ୩ ଦିନ ହେବ ସଂପୃକ୍ତ ଝିଅଙ୍କୁ ଅଟକ ରଖାଯାଇଛି ।

ଜଣେ କାର୍ଯ୍ୟରତ ସେନା ମେଜରଙ୍କ ସହ ପୋଲିସର ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ପୂର୍ବ ସେନା ଅଧିକାରୀ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଏଭଳି ଲଜ୍ଜାଜଣକ ଘଟଣାରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ଯଥେଷ୍ଟ ନୁହେଁ, କାରଣ ପରେ ସେମାନଙ୍କୁ ପୁନଃ ଅବସ୍ଥାପିତ କରାଯିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି। ଭରତପୁର ଥାନା ଆଇଆଇସି, ଏସଆଇ ଓ ଏଏସଆଇଙ୍କ ଦ୍ୱାରା ଜଣେ ଭାରତୀୟ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଅଭିଯୋଗ ନରଖି ଓଲଟା ନିର୍ଯାତନା ଦେଇ ମାଡ଼ ମାରିବା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଶସ୍ତ୍ର ବାହିନୀର ଅବସରପ୍ରାପ୍ତ ଅଧିକାରୀ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ରାତିରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ବିଳମ୍ବିତ ରାତିରେ ପଟିଆର ଏକ ରେସ୍ତୋରାଁରୁ ଫେରିବା ସମୟରେ ରାସ୍ତାରେ ଏକ କାରକୁ ଓଭରତେକ କରିବା ବେଳେ କେତେକ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନେ ସେନା ଅଧିକାରୀଙ୍କୁ ଧକ୍କା ମାରିବା ସହ ଧମକ ଦେଇଥିଲେ। ଏ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ନିର୍ଯାତନା ଦେଇଥିଲା ।

Leave a Reply

Your email address will not be published. Required fields are marked *