ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଗୁରୁତ୍ଵ ସହ ନେଇଛନ୍ତି ରାଜ୍ୟସରକାର । ଏହି ଘଟଣାର ତଦନ୍ତ ରିପୋର୍ଟ ୨୪ ଘଣ୍ଟାରେ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିପାରିବେନି । ସୂଚନା ଯୋଗ୍ୟ; ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ଗତ ବୁଧବାର ତହସିଲଦାର ଦେବାଶିଷ ପାତ୍ରଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ। ଶରତ ତାଙ୍କ ଜମିପଟ୍ଟା ପାଇଁ ଆବେଦନପତ୍ର କାହିଁକି ଖାରଜ କରାଗଲା ବୋଲି ପଚାରିଥିଲେ। ତହସିଲଦାର ପ୍ରଥମେ ସେ କିଛି ଜାଣିନାହାନ୍ତି କି କିଛି କରିପାରିବେ ନାହିଁ ବୋଲି କହିଥିଲେ।ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ତହସିଲଦାର ମହାଶୟ ଶରତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଵା ସହ ଚପଲରେ ପିଟିବାକୁ ଉଦ୍ୟମ କରିଥିଲେ। ପରେ ତହସିଲଦାରଙ୍କ ନିର୍ଦେଶରେ ଜଣେ କର୍ମଚାରୀ ତାଙ୍କୁ ଧକ୍କା ଆଉ ମୁଥ ମାରିମାରି କାର୍ଯ୍ୟାଳୟରୁ ବାହାର କରିଦେଇଥିଲେ। ଏ ସମସ୍ତ ଘଟଣା ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଶରତ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। Post navigation କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ୧୦ଟି ବ୍ୟାଟେରୀଚାଳିତ ଯାନ ଶ୍ରୀମନ୍ଦିରକୁ ଦାନ ବ୍ରହ୍ମପୁରରେ ଅଷ୍ଟମ ଫେଲ୍ ନକଲି ଡାକ୍ତର ଗିରଫ