ନଭେମ୍ବର ୧୩ ତାରିଖ ନିର୍ଭୟ ସଂସ୍କରଣରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ‘ଧାନ ସଂଗ୍ରହରେ ଅପ‌ଯୋଗ ଆଶଙ୍କା ବଢ଼ୁଛି, ଭାଜପା ସରକାରକୁ ଘେରିବ ମିଲର୍ସ ସଂଘ ! ଠିକ୍ ତାହାହିଁ ହେଉଛି। ଭାଜପା ସରକାରଙ୍କୁ ଠିକ ଧାନ ସଂଗ୍ରହ ଋତୁରେ ବ୍ଲାକ୍‌ମେଲ କରିବାକୁ ବାହାରି ଆସିଛନ୍ତି ମିଲ୍ ମାଲିକମାନେ।

ଏଣେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ୨୫ ଧାନ ନଉଠିଲେ ୨୬ରେ ଜୟପୁର ବନ୍ଦ ଡାକରା ଦେଇଛନ୍ତି। ଅଧିକାଂଶ ଜିଲ୍ଲାରେ ଅବସ୍ଥା ମୋଟାମୋଟି ସେୟା। ସରକାରଙ୍କୁ ଅକଳରେ ପକାଇ ଦାବି ହାସଲ କରିବା ନିମନ୍ତେ ଅତି ତତ୍ପର ହୋଇ ଉଠିଛନ୍ତି ମିଲ୍ ମାଲିକ । ନବୀନ ସରକାରଙ୍କ ଅମଳରେ ଦାବି ପୂରଣ ଲାଗି କେବେ ଏମିତି ସରକାରଙ୍କୁ ବ୍ଲାକ୍‌ମେଲ୍ କରିବା ନିମନ୍ତେ ସାହସ କରିପାରିନଥିବା ମିଲ୍ ମାଲିକମାନେ ଏଥର କାହିଁକି ନଇଁ ପଡ଼ିଥିବା ଯେତେବେଳେ ବିଧାଏ ମାରିବ ସେତିକି ବେଳେ ନୀତି ଧରିଛନ୍ତି ? ପୂର୍ବରୁ ନିର୍ଭୟ ସ୍ପଷ୍ଟ କରିଦେଇଥିଲା ଯେ ଭାଜପାର କିଛି ନେତା ଓ ମନ୍ତ୍ରୀମାନଙ୍କ ସହ ମିଲ୍ ମାଲିକମାନଙ୍କର ଏକ ବଡ ହୋଟେଲରେ ବୈଠକ ବେଳେ ଡିଲ୍ ହୋଇଛି । ସେତେବେଳେ ଏହାକୁ ମୋହନ ସରକାର ଗୁରୁତ୍ବ ଦେଇ ନଥିଲେ । ପରୋକ୍ଷରେ ମିଲର୍ସଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ଲୁହା କଅଁଳ ହେଲେ ବିଲେଇ କାମୁଡ଼େ । ପାଣ୍ଡିଆନ ଯୁଗରେ ସରକାରଙ୍କୁ ନାଲିଆଖ୍ ଦେଖାଇବା ପାଇଁ ସାହସ ରଖ୍ ନଥିବା ମିଲ ମାଲିକମାନେ ଏଥର ଦମ ଦେଖାଇଛନ୍ତି ।

ସରକାର କହୁଛନ୍ତି କନ୍ସୀ ଛଟ୍‌ନୀ ହେବ ନାହିଁ । ମିଲ୍ ମାଲିକମାନେ ପୂର୍ବ ଧାରା ଜାରି ରହୁ ବୋଲି ଚାପ ପକାଉଛନ୍ତି । ମିଲ୍ ମାଲିକମାନେ ସରକାର ପରିବହନ ବ୍ୟବସ୍ଥା କରନ୍ତୁ, ନଚେତ ପରିବହନ ଖର୍ଚ୍ଚ ବଢ଼ାନ୍ତୁ ବୋଲି ଦାବି କରୁଛନ୍ତି ।ସରକାର ଏ ଦିଗରେ ଆଗ୍ରହ ବି ଦେଖାଉ ନାହାନ୍ତି । ଅଖା ଓ ସୁତୁଲି ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ମିଲ୍ ମାଲି କମାନଙ୍କ ଦାବି ଉପରେ ସରକାର କିଛି ନିଷ୍ପତ୍ତି ନେଇନାହାନ୍ତି । ପଦିଓ ପରିବହନ ଏବଂ ଅଖା ଖର୍ଚ୍ଚ ଭରଣା କରିବା ପାଇଁ କେନ୍ଦ୍ରସରକାରଙ୍କ ନୀତି ଅଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ ବୋଲି ମିଲ୍ ମାଲିକମାନେ ଯୁକ୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *