ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରର ରହସ୍ୟ ଆଜି ବି ବିଶ୍ବର ଅଗଣତି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଦୀର୍ଘବର୍ଷ ପରେ ଚଳିତବର୍ଷ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର କିନ୍ତୁ ଶେଷଥର କେବେ ଖୋଲା ଯାଇଥିଲା ତାହାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି ।

ସମସ୍ତେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା ବୋଲି କହୁଛନ୍ତି। ଅନ୍ୟପଟେ ଏ କଥାରେ ସତ୍ୟତା କେତେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରତ୍ନଭଣ୍ଡାର ଖୋଲାଯାଇଥିଲା।

୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଶେଷଥର ଲାଗି ରତ୍ନଭଣ୍ଡାର ଖୋଲା ଯାଇଥିବା ସୂଚନାଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ କୁହାଯାଇଛି। ଯଦି ସେତେବେଳେ ଭିତର ରତ୍ନଭଣ୍ଡାରକୁ ଚାବି ଦ୍ୱାରା ଖୋଲାଯାଇଥିଲା । ତେବେ ଏହି ଚାବିଟି ଏବେ କେଉଁଠି ଅଛି? ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଉଚିତ୍।

ରାଜ୍ୟର ଅଗଣିତ ଜଗନ୍ନାଥଙ୍କ ଭକ୍ତଙ୍କ ପାଖକୁ ଭିତର ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଏକ ମିଥ୍ୟା ଖବର ପ୍ରଚାର କରା ନ ଯାଉ। ରାଜ୍ୟ ସରକାର ଏଭଳି ଅସତ୍ୟ ଖବର ପ୍ରଚାର କରିବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *