ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଭାରତରେ ପାକିସ୍ତାନର ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ଭାରତ। ଏହି କ୍ରମରେ ପୁଣି ଥରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟକୁ ବ୍ୟାନ୍ କରିଛି ଭାରତ। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସହ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ X ଆକାଉଣ୍ଟଗୁଡ଼ିକୁ ବ୍ଲକ୍‌ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ବୟାନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଯୋଗ୍ୟ; ଏହା ପୂର୍ବରୁ ମଧ୍ୟ ସରକାର ଭାରତରେ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ, ଫେସବୁକ୍, ଏକ୍ସ ଏବଂ ୟୁଟ୍ୟୁବକୁ ବ୍ୟାନ୍ କରିଥିଲେ। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ ‘X’ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଥିଲା।

Leave a Reply

Your email address will not be published. Required fields are marked *