ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରହସ୍ୟମୟ ନୀତି ହେଉଛି ‘ହେରା ପଞ୍ଚମୀ’। ଏହାର କାହାଣୀ ଅତ୍ୟନ୍ତ ରୋଚକ। ‘ହେରା’ର ଅର୍ଥ ଅବଲୋକନ ବା ଦର୍ଶନ। ଆଜି ପବିତ୍ର ହେରାପଞ୍ଚମୀ ।  ଶ୍ରୀମନ୍ଦିରରେ ଏହା ଏକ ବିଶେଷ ଉତ୍ସବ ଭାବରେ ପାଳିତ ହେଇଥାଏ।  ଖାଲି ଶ୍ରୀମନ୍ଦିର ନୁହେଁ, ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ରଥଯାତ୍ରା ହୁଏ ସେଠାରେ ଏହି ଉତ୍ସବ ପାଳିତ ହୁଏ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ଉତ୍ସବ ଅନୁଷ୍ଠିତ ହୁଏ। ଏହି ଉତ୍ସବକୁ ଲକ୍ଷ୍ମୀ ବିଜୟ ଉତ୍ସବ ମଧ୍ୟ କୁହାଯାଏ।

ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମା’ ଲକ୍ଷ୍ମୀ ଭେଟ ନ ହୋଇଇଥିବାରୁ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ ଏବଂ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଆସିଥିବା ବେଳେ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ମା’ ଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ।

ସେଥିଲାଗି ବିଧି ଅନୁସାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଦର୍ଶନ ଲାଗି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ମା ଠାକୁରାଣୀ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣି ପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଭିମାନ କରିଥିବା ହେତୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଥାନ୍ତି। ଏହି ହେରା ପଞ୍ଚମୀ ନୀତିକାନ୍ତି ଦୃଶ୍ୟକୁ ଦେଖିବା ଲାଗି ଓଡ଼ିଶା ତଥା କୋଣନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

Leave a Reply

Your email address will not be published. Required fields are marked *