ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଉପଯୁକ୍ତ ବିଚାର ପରେ ଖାରଜ କରିଦେଇଛନ୍ତି ।
 
ସିଇସିଙ୍କୁ ବହିଷ୍କାର ପାଇଁ ଲୋକସଭା ଓ ରାଜ୍ୟସଭାରେ ନୋଟିସ୍ ହୋଇଥିଲା । ୧୯୩ ସାଂସଦଙ୍କ ସ୍ଵାକ୍ଷର ଥିବା ଏକ ନୋଟିସ ବିରୋଧୀ ସଂସଦରେ ଦେଇଥିଲେ । ଲୋକସଭାର ୧୩୦ ଜଣ ଓ ରାଜ୍ୟସଭାର ୬୩ ଜଣ ସାଂସଦଙ୍କ ସ୍ଵାକ୍ଷର ଥିଲା ।
 
ଏସ୍ଆଇଆର୍ ସମୟରେ ପକ୍ଷପାତିତା ଭଳି ମୋଟ୍ ୭ଟି ଅଭିଯୋଗ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ନେତୃତ୍ୱରେ ସିଇସି ଜ୍ଞାନେଶ କୁମାରଙ୍କ ନାଁରେ ନୋଟିସ୍ ହୋଇଥିଲା । ବିଜେପିକୁ ସୁହାଇଲା ଭଳି ସିଇସି କାମ କରୁଥିବା ବିରୋଧୀ ଅଭିଯୋଗ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *