କଟକରେ ଠାବ ହୋଇଛି ବେଆଇନ ବନ୍ଧୁକ କାରଖାନା । କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଛି। ଏହା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଏହାସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ସୂଚନା ଯୋଗ୍ୟ; ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି କରି ହତିଆର କାରବାର ଚାଲିଥିଲା । ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିଲା । ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ସପ୍ଲାଏ କରାଯାଉଥିଲା। ଏନେଇ କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଆଜି ଏସଟିଏଫ୍ ଟିମ୍ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । Post navigation ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର ଗୋଟିଏ ମାସରେ ଦୁର୍ଘଟଣାରେ ମାରିଛନ୍ତି ୫୦୫ ଜଣ: ପରିବହନ ମନ୍ତ୍ରୀ