ଜଗତସିଂହପୁର ବଡ଼ବାଗ ଅଞ୍ଚଳରେ ବେଆଇନ ବାଣ ଭିଡିବା ବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ବଡ଼ବାଗ ଅଞ୍ଚଳର ସୁଶୀଲ ଦାସ ନାମକ ବ୍ୟକ୍ତିଙ୍କ ଘରେ ବେଆଇନ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ତୀବ୍ରତା ଏମିତି ଥିଲା ଯେ ପ୍ରାୟ ୧ କିମି ଦୂର ପର୍ଯ୍ୟନ୍ତ ସାରା ସହର ଥରି ଉଠିଥିଲା ଓ ଘରର ଛାତ ଉଡ଼ିବା ସହ କାନ୍ଥ ଭୁଶୁଡି ପଡିଛି । ଘର ଭିତରେ ଥିବା ସୁଶୀଲଙ୍କ ବଡ଼ପୁଅ ରାଜେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଥିଲେ । ପରେଶ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । Post navigation ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ ର ପ୍ରାୟୋଜକ ହେବେ ଓଡ଼ିଶା ସରକାର ଜାନୁଆରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି