ଦଳରୁ ବାହାରିବା ପରେ ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ପ୍ରହାର କରୁଛନ୍ତି । ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ । ନିର୍ବାଚନ ପ୍ରକ୍ରିୟା ଏକ ଅଗଣନ୍ତ୍ରାତିକ ପ୍ରକ୍ରିୟା ଥିଲା ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀମୟୀ । ସେ ଲେଖିଛନ୍ତି ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ। ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍। ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଏହା ଗଣତନ୍ତ୍ରର ଅପମାନ । ସୂଚନା ଯୋଗ୍ୟ; ଗତକାଲିଠାରୁ ଶ୍ରୀମୟୀ ଏକାଧିକ ପୋଷ୍ଟ କରି ବିଜେଡ଼ି ପାଇଁ ଅନେକ ପ୍ରଶ୍ନ ଛାଡ଼ିଛନ୍ତି । ଶ୍ରୀମୟୀ ବାରମ୍ବାର ଦଳର ସଦସ୍ୟଙ୍କ ନମ୍ବର ମାଗିଚାଲିଛନ୍ତି । ଗତକାଲି ଶ୍ରୀମୟୀ ଆଉ ଏକ ପୋଷ୍ଟ କରିଥିଲେ କହିଥିଲେ, “ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ଵାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ। ସେହିପରି ଆହୁରି କହିଥିଲେ, ଗୋଟିଏ ରାଜନୀତିକ ଦଳ ଜଣେ ଅଣଓଡ଼ିଆ ମୁଖିଆଙ୍କ କବଜାରେ ରହି କେଉଁସ୍ତରକୁ ଯାଇ ମିଛ କହିପାରେ, ସତସାହସ ଅଛି ତ ସଦସ୍ୟତା ନବୀକରଣର ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ଦିଅ…? Post navigation ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ; ସାଢେ ୧୧ଟା ଯାଏଁ ଗୃହ ମୁଲତବି ପୂଜା ପାଇଁ କର୍ମଚାରୀଙ୍କୁ ମିଳିବ ଆଗୁଆ ଦରମା