ପିଏମ୍‌ ଆବାସ ଆବେଦନ ପାଇଁ ବାକି ରହିଲା ଆଉ ମାତ୍ର ୩ ଦିନ । ଏ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷରୁ ଊର୍ଦ୍ଧ୍ବ ଆବେଦନ ଆସି ସାରିଲାଣି । ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଅବଧି ଭିତରେ କରି ନିଅନ୍ତୁ । ଏହା ପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ । ଆବେଦନର ଶେଷ ତାରିଖ ଆସନ୍ତା ୩୦ ତାରିଖରେ ସରିବ । ଆବେଦନ ପରେ ସରକାରଙ୍କ ପକ୍ଷରୁ ସର୍ଭେ ପ୍ରକ୍ରିୟା ଆରମ୍ଭ କରାଯିବ । ତାପରେ ସଠିକ ତଥ୍ୟ ସଂଗ୍ରହ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍‌ ଆବାସ ଯୋଜନାରେ ସାମିଲ କରାଯିବ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସବୁ ଯୋଜନାରୁ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ତାଲିକା ପ୍ରସ୍ତୁତି ଚାଲିଛି, ୨ ମାସ ଭିତରେ ପ୍ରକ୍ରିୟା ସରିବ । ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ। ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ । ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *