କ୍ୟାପିଟାଲ୍ ହସ୍ପିଟାଲ୍ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲ୍ରେ ରୋଗୀ କଲ୍ୟାଣ ସମିତି ସାଧାରଣ (ଆର୍କେଏସ୍) ବୈଠକରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ିବା ନେଇ ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ରୋଗୀ ସେବାକୁ ଅଧିକ ମଜୁବୁତ୍ କରିବା ପାଇଁ ଆଇସିୟୁ ବେଡ୍ ସଂଖ୍ୟା ବଢ଼ାଯାଇଛି। ଏବେ ହସ୍ପିଟାଲ୍ରେ ୧୬ଟି ଆଇସିୟୁ ବେଡ୍ ଅଛି ଯାହା ଖୁବଶୀଘ୍ର ୪୦ଟି କରାଯିବ । ଅପରାଜିତା ଷଡ଼ଙ୍ଗୀ ଆଉ ମଧ୍ୟ କହିଛନ୍ତି ପ୍ରତି ମାସ ହସ୍ପିଟାଲକୁ ୧୪୩୨ଟି ଡାଏଲେସିସ୍ କେସ୍ ଆସୁଛି । କ୍ୟାପିଟାଲ୍ ହସ୍ପିଟାଲରେ ଏବେ ଯେତିକି ଶଯ୍ୟା ରହିଛି, ତାଠାରୁ ଅଧିକ ଦରକାର ପଡୁଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରତ୍ୟେକ ଶଯ୍ୟାରେ ଦୈନିକ ୩ଟି ସିଟିଂରେ ଡାଇଲେସିସ କରାଯାଉଛି। ଏହାକୁ ଦୈନିକ ୪କୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଏହି ବୈଠକରେ ଭୁବନେଶ୍ୱର ସାଂସଦଙ୍କ ସମେତ ଭୁବନେଶ୍ୱର ମଧ୍ୟ ଏବଂ ଏକାମ୍ର ବିଧାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। Post navigation ୨୫ରେ ହେବାକୁ ଯାଉଛି ସର୍ବଦଳୀୟ ବୈଠକ