ରାଜ୍ୟରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିଟିଇଟି ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚର ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଓଡ଼ିଶା ସିନେ ଉନ୍ନୟନ ନଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ଏବଂ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ମାଇନର ମିନେରାଲ୍ସର ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବଦଳି । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାଜ୍ୟ ଯୋଗାଣ ନିଗମର ଏମ୍‌ଡି ଦାୟିତ୍ବ ଦିଆଯାଇଛି । ସେହିପରି ଯୋଗାଣ ନିଗମର ଏମ୍‌ଡି ଥିବା ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶୁଭମ୍ ସାକ୍ସେନାଙ୍କୁ କୃଷି ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି ।

Leave a Reply

Your email address will not be published. Required fields are marked *