ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଜି ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି । ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି ମନୋଜ ସାହୁ । ଏହା ପୂର୍ବରୁ ମନୋଜ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବରେ ନଭେମ୍ୱର ମାସରୁ କାର୍ଯ୍ୟରତ ଅଛନ୍ତି । ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ ହେଉଛନ୍ତି ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ । ଜଗତସିଂହପୁର ବାଲିକୁଦା ବ୍ଲକରେ ମନୋଜଙ୍କ ଘର । ୨୦୨୨ରେ ମନୋଜଙ୍କୁ ଡେପୁଟି ଇଲେକ୍ସନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା । ସେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍ରେ କାମ କରି ପ୍ରଶଂସିତ ହୋଇଛନ୍ତି । Post navigation ‘ଜାତୀୟ ସଡ଼କ ସୁରକ୍ଷା’ ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାନୁଆରୀ ୨୮ରେ “ଉତ୍କର୍ଷ ଓଡ଼ିଶା କନକ୍ଲେଭ୍”ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି