କଟନୀ ଛଟନୀ ନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇ କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । କୃଷକ ମିଲରଙ୍କ ମଧ୍ୟରେ କଟନୀ ଛଟନୀ କଥା ଛାଡ଼ି ଦିଅନ୍ତୁ। ସେମାନେ ଆପେ ନେଇଯିବେ। କିନ୍ତୁ ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ। ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନଥିବା ଜଣାପଡ଼ିଥିବା ବେଳେ କିଛି ଜିଲ୍ଲାରେ ମିଲରମାନେ ମାନମାନି କରୁଛନ୍ତି। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସେ କହିଛନ୍ତି ଆଉ ୪ଦିନ ଭିତରେ ଶେଷ ହେବ ଇ-କେୱାଇସି ଯାଞ୍ଚ । କିନ୍ତୁ ୪୦ ଲକ୍ଷରୁ ଅଧିକ ଲୋକ ଏବେ ସୁଦ୍ଧା ଇ-କେୱାଇସି ଅପଡେଟ୍ କରିନାହାନ୍ତି । ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ ଇ-କେୱାଇସି ପାଇଁ ସରକାର ବିଚାର କରିବେ । ଅନ୍ୟପଟେ ଚାଷୀଙ୍କୁ ଶୋଷଣ , ମିଲରଙ୍କ ସହ ଡିଲ କରୁଛନ୍ତି । ବିଭାଗରେ କଣ ଚାଲିଛି ମନ୍ତ୍ରୀମାନେ ଜାଣିପାରୁ ନାହାଁନ୍ତି । ଯାହା ପଚାରିଲେ ସଚିବଙ୍କଠୁ ବୁଝି କହୁଛନ୍ତି । ଡବଲ ଇଞ୍ଜିନ ସରକାରରେ ଡବଲ କଟନୀ ଛଟନୀ ହେଉଛି । ତୁରନ୍ତ କଟନୀ ଛଟନୀ ବନ୍ଦ ହେଉ କହିଛନ୍ତି ଅରୁଣ ସାହୁ । Post navigation ମାଓପ୍ରବଣ ଅଞ୍ଚଳରେ ଭୋଟ ହାର ବୃଦ୍ଧି ପାଇଁ ମାଲକାନଗିରି ପୋଲିସକୁ ଜାତୀୟ ପୁରସ୍କାର ପୁଣି ତଳମୁହାଁ ହେଲା ଭାରତୀୟ ସେୟାର ମାର୍କେଟ