IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଦ୍ୱାରା ସମନ ପଠାଯିବାର ବାର ଦିନ ବିତି ଯାଇଥିଲେ ମଧ୍ୟ ବିଷ୍ଣୁ ପଦ ଏଯାଏଁ ସିବିଆଇ ନିକଟରେ ହାଜର ହେଲେନାହିଁ। ଆଜି ଦିନ ବାରଟା ରେ ସିବିଆଇ ଅଫିସରେ ଉପସ୍ଥିତ ହେବାପାଇଁ କଡା ନିର୍ଦେଶ ଥିଲା।
ଗତକାଲି ପଦରୁ ବିଷ୍ଣୁପଦ ସେଠୀଙ୍କୁ ହଟାଇ ଦିଆଯାଇଥିଲା । SC-ST ବିଭାଗ ସହିତ ତିନିଟି ବିଭାଗର ସଚିବ ଥିଲେ ବିଷ୍ଣୁପଦ। SC-ST ଏବଂ ଓଡ଼ିଆ ଭାଷା-ସଂସ୍କୃତିର ସଚିବ ଥିଲେ ।ଏଥି ସହ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମଧ୍ୟ ସଚିବ ଥିଲେ । ତିନିଟି ଯାକ ବିଭାଗର ସଚିବ ପଦରୁ ରାଜ୍ୟ ସରକାରଙ୍କ ଦ୍ୱାରା ହଟାଇ ଦିଆ ଯାଇଥିଲା । ୧୦ ଲକ୍ଷ ଟଙ୍କା ସିଜ୍ ମାମଲାରେ CBI ସମନ କରିଥିଲା । ବିଷ୍ଣୁଙ୍କ ନାଁରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିଥିଲା । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କ୍ କାରଣରୁ ସେଠୀ ସିବିଆଇ ତଦନ୍ତ ଘେର ମଧ୍ୟକୁ ଆସିଥିଲେ।
ଆଜି ବିଷ୍ଣୁପଦ ସେଠୀଙ୍କ ଘରକୁ ଏସଏସଇପିଡି ବିଭାଗର ଗାଡ଼ିରେ କିଛି ଅଧିକାରୀ ଯାଇଥିଲେ । ଅଧିକାରୀ ପେନଡ୍ରାଇଭ ଓ ଡକ୍ୟୁମେଣ୍ଟ ନେଇ ଯାଇଥିବା ସୂଚନା ମିଳିଛି ।
ବିଷ୍ଣୁପଦ ସେଠୀଙ୍କ ନାଁରେ ବୁକ୍ ହୋଇଥିଲା ହୋଟେଲ୍। ଦିଲ୍ଲୀରେ ୨ ଦିନ ବୁକ୍ ହୋଇଥିଲା ହୋଟେଲ୍। ଡିସେମ୍ବର ୧୧ରୁ ୧୩ ଯାଏ ଦିଲ୍ଲୀର ଅଶୋକା ହୋଟେଲ ସେଠୀଙ୍କ ନାମରେ ବୁକ୍ ହୋଇଥିଲା। CBI ସମନ ପାଇବା ପରେ ବିଷ୍ଣୁପଦ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି।ତେବେ କେଉଁ କାରଣରୁ ସେ ଦିଲ୍ଲୀ ଯାଇଥିଲେ କାରଣ ଅସ୍ପଷ୍ଟ ରହିଛି।
ଏ ବାବଦରେ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ସରକାର ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି।ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ ସମନ ଜାରି କରିଛି। ସେଠୀ ତାଙ୍କ ଉତ୍ତର ସିବିଆଇକୁ ଦେବେ।